ନିର୍ମାଣାଧୀନ ସିଏନ୍ଆଇ ଚର୍ଚ୍ଚ ପରିଦର୍ଶନ କଲେ ଅର୍କେଶ ସିଂଦେଓ

ବଲାଙ୍ଗିର,ଏନ୍ଏନ୍ଏସ୍: ଆଜି ବଲାଙ୍ଗିରର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବରିଷ୍ଠ ବ୍ଯକ୍ତିବିଶେଷ ମାନଙ୍କ ଅନୁରୋଧ କ୍ରମେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ସିଏନଆଇ ଚର୍ଚ୍ଚକୁ ପରିଦର୍ଶନ କରିଛନ୍ତି ।

ରାଜ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କର ନିର୍ମାଣ ବିକାଶ ତଥା ସୈନ୍ଦର୍ଯ୍ଯକରଣ ପାଇଁ ଗତ ଫେବୃଆରୀ ମାସ ୨୮ ତାରିଖରେ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ବଲାଙ୍ଗିର ମିଶନ ପଡିଆ ପାର୍ଶ୍ବର୍ଥ ସିଏନଆଇ ଚର୍ଚ୍ଚ ଅଞ୍ଚଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଐତିହ୍ୟସମ୍ପନ ପରିଚୟ ଥିବାବେଳେ, ସରକାରୀ ତାଲିକାରେ ଏହି ଚର୍ଚ୍ଚକୁ ବିକାଶ ଓ ସୌନ୍ଦର୍ଯ୍ଯକରଣ ପାଇଁ ସାମିଲ କରାଯାଇଥିଲା।

ଚର୍ଚ୍ଚର ଉନ୍ନତି ପାଇଁ ପ୍ରାୟ ୧ କୋଟି ଟଙ୍କାର ବ୍ଯୟ ଅଟକଳ କରାଯାଇଛି। ସେଠାରେ ଏକ ନୂତନ ଚର୍ଚ୍ଚ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ତରଫରୁ କାର୍ଯ୍ୟ ଆରମ୍ଭ ହୋଇଛି। ଯୁବନେତା ଅର୍କେଶ ଆଜି ଏହି ନିର୍ମାଣାଧୀନ ପ୍ରକଳ୍ପ ପରିଦର୍ଶନ କରି ଏହାର ଅଗ୍ରଗତି ସମ୍ପର୍କରେ ସିଏନଆଇ ଚର୍ଚ୍ଚର ନିର୍ମାଣ କମିଟିର ସଦସ୍ଯଙ୍କ ସହିତ ଆଲୋଚନା କରିଥିଲେ। ଆଜିର ଏହି ପରିଦର୍ଶନ ସମୟରେ ଚର୍ଚ୍ଚ କମିଟି ସଦସ୍ଯ ପ୍ରମୋଦ ବାରିକ, ନରେଶ ମେଥ୍ୟୁସ, ଆଦାମ ଇସମାଇଲ, ଅନୂ ଛତ୍ରୀଆ, ଜ୍ଯୋତିରାଜ ନାଗ, ସରୋଜ ଛତ୍ରିଆ, ଏନ ଗେବିରିଆଲ ଜେମ୍ସ, ଗାମାଲିୟାଲ ନାଗ, ରାଜୁ ବାଗ, ସାରଦା ନାଗ, ଭଞ୍ଜ କିଶୋର ନାଗ, ପ୍ରମୋଦ ବାଗ ଉପସ୍ଥିତ ରହି ନିର୍ମାଣାଧୀନ ଚର୍ଚ୍ଚର ଅବସ୍ଥା ଉପରେ ସବିଶେଷ ଆଲୋଚନା କରିଛନ୍ତି। ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ଜିଲ୍ଲା ଆଇଟି ସଂଯୋଜକ ବିଭୂତି ଭୂଷଣ ମିଶ୍ର ଉମେଶ ପଣ୍ଡା ଯୁବନେତା ଅର୍କେଶଙ୍କ ସହ ଉପସ୍ଥିତ ଥିଲେ।