କୋମନା ବସଷ୍ଟାଣ୍ଡ ଠାରେ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବ

ନୂଆପଡା,ଏନ୍ଏନ୍ଏସ୍: ନୂଆପଡା ଜିଲ୍ଲା କୋମନା ସହରର ବସଷ୍ଟାଣ୍ଡ ଠାରେ ଡ. ଆମ୍ବେଦକର ସାମଜିକ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରଶାଦ ଢୋଲକିଆ ଯୋଗ ଦେଇଥିବା ବେଳେ ସଭାରେ ରବି ମଙ୍ଗରାଜ ସ୍ୱଭାପତିତ୍ବ କରିଥିଲେ। ମୁଖ୍ୟ ବକ୍ତା ରୂପେ ଅଧ୍ୟାପକ ଜିତେନ୍ଦ୍ର ସୁନା ଯୋଗଦେଇ ଡ. ଭୀମରାଓ ଆମ୍ବେଦକରଙ୍କ ଜୀବନରେ ଉଲ୍ଲେଖନୀୟ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

ସଭାରେ ସ୍ବତନ୍ତ୍ର ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନମିତା ପ୍ରଧାନ, ବିଜେଡି ରାଜ୍ୟ ସମ୍ପାଦକ ଭୈରବ ସାହୁ, ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର, ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡି, ସମାଜସେବୀ ସୋମନାଥ ଖମାରୀ, କାର୍ତ୍ତିକ ଦୀପ, ଶିକ୍ଷାବିତ କପିଳେନ୍ଦ୍ର ଦାଶ୍,ବଙ୍ଗୋମୁଣ୍ଡା ତହସିଲଦାର ଗୁଣନିଧି ସୁନାନୀ, ଡ. ବିଦ୍ୟାଧର ନାଗ,ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପାଞ୍ଜଳି ପାଣ୍ଡେ, ସମାଜ ସେବୀ ସଦନ ତିବରୀ ଯୋଗଦେଇଥିଲେ। ସଭାରେ ରଞ୍ଜନ ସେନାପତି ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ଖଗେଶ୍ୱର ଦୀପ ମଞ୍ଚ ପରିଚଳନା କରିଥିବା ବେଳେ ସଙ୍ଘର ସଭାପତି ଅଜମ୍ବର ତାଣ୍ଡି ଧନ୍ୟବାଦ ଦେଇଥିଲେ।