ବିଦ୍ୟୁତ ଆଘାତରେ ଦୁଇ ଚାଷୀ ମୃତ

ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପଣ୍ଡକିମାଲ ଗାଁ’ରେ ଅଘଟଣ। ବିଦ୍ୟୁତ ଆଘାତ ଲାଗିବା ଫଳରେ ଦୁଇ ଜଣ ଚାଷୀଙ୍କ ମୃତ୍ୟୁ। ମୃତକ ଦୁଇ ଜଣ ହେଲେ ତରଭା ବ୍ଲକ ଅର୍ନ୍ତଗତ ପଣ୍ଡକିମାଲ ଗ୍ରାମର ରାଧେଶ୍ୟାମ ସାହୁ ଏବଂ ଗପ ସାହୁ। ଦୁହେଁ ବିଲରେ ପାଣି ପମ୍ପ ଲଗାଇବା ସମୟରେ ବିଦ୍ୟୁତ ଆଘାତ ଲାଗିଥିଲା।

ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ତରଭା ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।