ନଡ୍ଡାଙ୍କ ଗାଡ଼ିକୁ ଆକ୍ରମଣ ମାମଲାରେ ୩ ଆଇପିଏସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡ଼ିକୁ ଆକ୍ରମଣ କରିବା ମାମଲାରେ କେନ୍ଦ୍ର ସରକାର ଆଜି ୩ଜଣ ଆଇପିଏସ୍ ଅଫିସରଙ୍କୁ ବଦଳି କରିଛନ୍ତି। ବର୍ତ୍ତବ୍ୟରେ ଅବହେଳା ଯୋଗୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆପତ୍ତି ଜାହିର କରିଛନ୍ତି।

ପଶ୍ଚିମବଙ୍ଗର ଏହି ୩ ଆଇପିଏସ ଅଧିକାରୀ କେନ୍ଦ୍ର ଅଧୀନରେ ଅବସ୍ଥାପିତ ହୋଇଛନ୍ତି। ରାଜୀବ ମିଶ୍ର ୫ବର୍ଷ ଲାଗି ଆଇଟିବିପିର ଆଇଜି, ପ୍ରବୀଣ ତ୍ରିପାଠୀ ୫ବର୍ଷ ଲାଗି ଏଏସବିର ଡିଆଇଜି ଓ ଭୋଳାନାଥ ପାଣ୍ଡେଙ୍କୁ ୪ବର୍ଷ ଲାଗି ବିପିଆରଡିର ଏସପି ଭାବେ ନିଯୁକ୍ତ କରାଯାଇଛି।

କେନ୍ଦ୍ରର ଏଭଳି ପଦକ୍ଷେପର ଜବାବରେ ମମତା କହିଛନ୍ତି ଯେ, ଆମେ କେନ୍ଦ୍ରର ଏପରିି ମନମୁଖୀ ନିୟନ୍ତ୍ରଣର ପ୍ରୟାସକୁ ଅନୁମତି ଦେବୁ ନାହିଁ। ପଶ୍ଚିମବଙ୍ଗ ବିସ୍ତାରବାଦୀ ଓ ଅଲୌକତାନ୍ତ୍ରିକ ଶକ୍ତି ସମ୍ମୁଖରେ ମୁଣ୍ଡ ନୁଆଁଇବ ନାହିଁ। ଏହା ଅସାମ୍ବିଧାନିକ ଓ ପୂର୍ଣ୍ଣରୂପେ ଅସ୍ୱୀକାର୍ଯ୍ୟ।