ଦେଓଗାଁରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ: ୫୪ ୟୁନିଟ ରକ୍ତ ସଂଗ୍ରହ

ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ବନ୍ଧପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଓଡ଼ିଶା ମୋ’ ପରିବାରର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତ ଦାନ କାର୍ଯ୍ୟକ୍ରମକୁ ବଲାଙ୍ଗିର ଜିଲ୍ଲା ବିଜେଡି ଯୁବ ସଭାପତି ରାଜେନ୍ଦ୍ର ହୋତା, ଦେଓଗାଁ ବ୍ଲକ୍ ଯୁବ ସଭାପତି ଶୈଳେନ୍ଦ୍ର ସାହୁ, ସରପଞ୍ଚ ସଂଘ ସଭାପତି ଦୟାନିଧି ଖମାରୀ, ବିଜେଡି ଆଇଟି ସେଲର ବିଭୂତି ଭୂଷଣ ମିଶ୍ର ଯୋଗଦେଇ ସମସ୍ତ ରକ୍ତଦାତା ମାନଙ୍କୁ ସାର୍ଟିଫିକେଟ ଏବଂ ଗାମୁଛା ଦେଇ ସମ୍ମାନିତ କରିଥିଲେ। ଏଥିରେ ୫୪ ଜଣ ବିଜୁ ପ୍ରେମୀ ରକ୍ତ ଦାନ କରିଥିଲେ।

ଏହି ରକ୍ତ ଦାନ କାର୍ଯ୍ୟକ୍ରମକୁ ଦେଓଗାଁ ବ୍ଲକ୍ ବିଜେଡି ସଭାପତି ସୁଶୀଲ ଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ଚନ୍ଦ୍ର ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। ଡ. ଚନ୍ଦ୍ରଶେଖର ମହାପାତ୍ରଙ୍କ ନେତୃତ୍ୱରେ ବଲାଙ୍ଗିର ରକ୍ତ ଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ।