ହରିଆଣାର ୧୩୫ କମ୍ୟୁନିଟି ହେଲ୍ଥ ସେଣ୍ଟର ଓ ଜିଲ୍ଲା ହସ୍ପିଟାଲରେ ଲାଗିବ ଅକ୍ସିଜେନ ପ୍ଲାଣ୍ଟ

ଚଣ୍ଡିଗଡ଼,ଏଜେନ୍ସି: ହରିଆଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ହରିଆଣାର ୧୩୫ଟି କମ୍ୟୁନିଟି ହେଲ୍ଥ ସେଣ୍ଟର ଓ ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯିବ। ଏହି କ୍ରମରେ ଗୁରୁଗ୍ରାମର ୩ଟି ସରକାରୀ ହସ୍ପିଟାଲରେ ୪ଟି ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ ହୋଇସାରିଛି। ଏହି ପ୍ଲାଣ୍ଟ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ସହାୟତାରେ ସ୍ଥାପନ ହୋଇଛି।

ଗୁରୁଗ୍ରାମର ସିବିଲ ହସ୍ପିଟାଲ ସେକ୍ଟର -୧୦ରେ ୨ଟି ଅକ୍ସିଜେନ ପ୍ଲାଣ୍ଟ ଲଗାଯାଇଛି। ଯାହାର ଉତ୍ପାଦନ କ୍ଷମତା ଦେଢ଼ ଟନ୍। ଏହା ଦ୍ୱାରା ୧୦୦ରୁ ୧୫୦ ବେଡ଼କୁ ଅକ୍ସିଜେନ ଯୋଗାଣ ହୋଇପାରିବ। ଏହିପରି ଇଏଆଇସି ହସ୍ପିଟାଲ ସେକ୍ଟର-୯ ଓ ଇଏସଆଇ ହସ୍ପିଟାଲ ସେକ୍ଟର-୩ରେ ୧ଟନ କ୍ଷମତା ବିଶିଷ୍ଟ ଅକ୍ସିଜେନ ପ୍ଲାଣ୍ଟ ଲଗାଯାଇଛି।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କି କରୋନାର ତୃତୀୟ ଲହରିକୁ ଲକ୍ଷ କରି ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ମଜଭୁତ କରାଯାଉଛି।