କରୋନାରେ ଅନାଥ ହୋଇଥିବା ପିଲାମାନଙ୍କ ପାଇଁ କେନ୍ଦ୍ରର ଆର୍ଥିକ ପ୍ୟାକେଜ

ନୂଆଦିଲ୍ଲୀ,ଏଜେନ୍ସି: ପାଖାପଖି ଦେଶ ବର୍ଷ ହେବ ଦେଶ କରୋନା ସହିତ ଲଢ଼େଇ ଜାରି ରଖିଛି। ଏହି ମଧ୍ୟରେ ଦେଶରେ ୩ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି। କରୋନାରେ ନିଜର ପିତା-ମାତାଙ୍କୁ ହରାଇଥିବା ଶିଶୁଙ୍କୁ ଶିକ୍ଷାଠାରୁ ସ୍ବାସ୍ଥ୍ୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମୋଦୀ ସରକାର ସହାୟତା କରିବେ।

ବାପା ମାଙ୍କୁ ହରାଇଥିବା ଅନାଥ ଛୁଆଙ୍କ ପାଇଁ ‘ପିଏମ କେୟାର୍ସ ଫର ଚିଲ୍‌ଡ୍ରେନ୍‌’ ମାଧ୍ୟମରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେମାନଙ୍କୁ ମାଗଣା ଶିକ୍ଷା ମିଳିବା ସହ ଏବଂ ସେମାନଙ୍କର ସ୍ବାସ୍ଥ୍ୟ ବୀମା କରାଯିବ। ପିଏମଓ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅନାଥ ହୋଇଥିବା ପିଲାଙ୍କୁ ୧୮ ବର୍ଷ ହେବା ପରେ ମାସିକ ଭତ୍ତା ମିଳିବ। ଏହା ସହ ୨୩ ବର୍ଷ ହେବା ପରେ ପିଏମ କେୟାର୍ସ ଫଣ୍ଡରୁ ୧୦ ଲକ୍ଷ ଟଙ୍କା ଦେବେ ସରକାର ।

ସେମାନଙ୍କୁ ମାଗଣାରେ ଶିକ୍ଷା ଦିଆଯିବ। ମା ବାପାଙ୍କୁ ହରାଇଥିବା ପିଲାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କାର ମାଗଣା ସ୍ବାସ୍ଥ୍ୟ ବୀମା ଦେବେ ସରକାର। ଏହି ସବୁ ପିଲାଙ୍କୁ  ଭଲ ଶିକ୍ଷା ଦେବାକୁ ଶିକ୍ଷା ଲୋନ୍‌ ସହଜରେ ମିଳିପାରିବ। ସୁଧ ପିଏମ କେୟାର୍ସ ଫଣ୍ଡରୁ ଦିଆଯିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପିଲା ଭାରତର ଭବିଷ୍ୟତ ଏବଂ ସେମାନଙ୍କ ସୁରକ୍ଷା ଓ ସହାୟତା ପାଇଁ ସବୁକିଛି କରିବୁ। ସମାଜିକ ଦୃଷ୍ଟିକୋଣରୁ ଏହା ଆମର କର୍ତ୍ତବ୍ୟ। ଆମ ପିଲାମାନଙ୍କର ଦେଖାଶୁଣା କରିବା  ଏବଂ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ଦରକାର। ଅନ୍ୟପଟେ କରୋନା ଯୋଗୁ ଅନାଥ ହୋଇଥିବା ପିଲାଙ୍କୁ ବିଶେଷ ଧ୍ୟାନ ଦେବାକୁ ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦେଶ ଦେଇଛନ୍ତି।