ଲକଡାଉନରେ ଚାଲି ଥିଲା ଖୁଲମ ଖୁଲା ଚୋରା ମଦ ବେପାର, ୪ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ଅଞ୍ଚଳର ଦମାହୁଦା ବଜାରରେ ଶନିବାର ଅପରାହ୍ଣରେ ବେଆଇନ ଭାବରେ ଚୋରା ମଦ ବିକ୍ରି ହେଉଥିଲା। ଏହାର ସୂଚନା ପାଇ ପାଟଣା ପୁଲିସ ଚଢ଼ଉ କରି ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଗୋଜାପଥର ଗ୍ରାମର ଶତ୍ରୁଘ୍ନ ମହାନ୍ତ। ଶତ୍ରୁଘ୍ନ ଠାରୁ ୯୦ ବୋତଲ ବିଦେଶୀ ମଦ ଜବତ ହୋଇଛି।

ସେହିପରି ଅବକାରୀ ବିଭାଗ ପକ୍ଷରୁ ମୋବାଇଲ ସ୍କ୍ୱାର୍ଡ ମେଦିନିପୁର ଓ ବରବେଡା ଅଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଛି। ଏଥିରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ହେଲେ ମେଦିନିପୁର ଗ୍ରାମର ତନୟ କୁମାର ନାଏକ, ଭାସ୍କର ନାଏକ ଓ ବରବେଡା ଛକରେ ଦୋକାନ ଦେଇଥିବା ଚାତରପାଣି ଗ୍ରାମର ଶିବ ଚରଣ ନାଏକ।