ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌: ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

କଟକ,ଏନ୍ଏନ୍ଏସ୍: ଜୁନ୍‌ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଦେଖିବାକୁ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ସେ ବାରବାଟୀରେ ମ୍ୟାଚ୍‌ ଦେଖିବାକୁ କ୍ରକେଟ ପ୍ରେମୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହାକୁ ନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ସୋମବାର ଓସିଏ ସମ୍ପାଦକ ଖୋଦ ନବୀନ ପଟ୍ଟନାୟକଙ୍କୁ ଟିକଟ ଦେଇଛନ୍ତି। ଟିକେଟ କିଣିବା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ, “ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜ୍‌କୁ ନେଇ ମୁଁ ଉତ୍ସାହିତ ଅଛି। ଆଶା କରୁଛି ବିଶ୍ବର କୋଣଅନୁକୋଣରୁ କ୍ରିକେଟ ପ୍ରେମୀ ବାରବାଟୀ ଷ୍ଟାଡିୟମରେ ଏକାଠୀ ହେବେ। ଆପଣ ମାନଙ୍କ ସହ କଟକ ବାରବାଟୀରେ ଦେଖା ହେବ।”

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ଟି-୨୦ ସିରିଜ। ସିରିଜର ଦ୍ବିତୀୟ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ ପ୍ରସ୍ତୁତ ହୋଇ ରହିଛି ବାରବାଟୀ ଷ୍ଟାଡିୟମ। ଦର୍ଶକଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି।