ଶ୍ରୀନଗର,ଏଜେନ୍ସି: କାଶ୍ମୀରର ପାନିପୋରାରେ ସୁରକ୍ଷା କର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି। ପାନିପୋରରାର ଜଙ୍ଗଲରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ କଡାକଡି କରିଥିଲା ସେନା ଓ ସ୍ଥାନୀୟ ପୋଲିସର ମିଳିତ ଟିମ୍।
ତେବେ ଆତଙ୍କୀଙ୍କ ମୁହାଁମୁହିଁ ହେବା ସହ ଗୁଳି ବିନିମୟ ଆରମ୍ଭ ହୋଇଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ଏନ୍କାଉଣ୍ଟରରେ କ୍ଷୟକ୍ଷତି ସମ୍ପର୍କରେ ବର୍ତ୍ତମାନ କିଛି ସ୍ପଷ୍ଟ ହୋଇନାହିଁ। ଘାଟିରେ ସାଧାରଣ ଲୋକଙ୍କୁ ଆତଙ୍କବାଦୀଙ୍କ ଲଗାତାର ଟାର୍ଗେଟ ପରେ ଆତଙ୍କବାଦୀ ନିରୋଧି ଅପରେସନକୁ ସେନା ମଧ୍ୟ ଜୋରଦାର କରିବାରେ ଲାଗିଛି।