ଆରଏସ୍‌ଏସ୍‌ର ୬ କାର୍ଯ୍ୟାଳୟରେ ବିସ୍ଫୋରଣ ପାଇଁ ଧମକ; ଲଖନଉରେ ମାମଲା ରୁଜୁ, ହ୍ୱାଟ୍‌ସଆପ୍ ଚାର୍ଟ ଭାଇରାଲ

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍‌ର ୬ଟି କାର୍ଯ୍ୟାଳୟରେ ବିସ୍ଫୋରଣ ନେଇ ଧମକ ଦିଆଯାଇଛି। ଏହି ମାମଲାରେ ଲଖନଉର ମଣ୍ଡିୟାବ ଥାନାରେ ଏଫଆଇଆର ହୋଇଛି। ପୋଲିସ କହିବା ଅନୁସାରେ ଧମକ ଦେଇଥିବା ଲୋକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଅଭିଯୁକ୍ତମାନେ ଖୁବ ଶୀଘ୍ର ଗିରଫ ହେବେ।

ସୋମବାର ରାତି ପାଖାପାଖି ୮ଟାରେ ଏକ ହ୍ୱାଟସ୍‌ଆପ୍ ଗ୍ରୁପରେ ଲଖନଉ ବ୍ୟତୀତ ଆରଏସଏସର ଅନ୍ୟ ୫ଟି କାର୍ଯ୍ୟାଳୟକୁ ବୋମା ମାଧ୍ୟମରେ ବିସ୍ଫୋରଣ କରାଯିବା ନେଇ ଧମକ ମିଳିଥିଲା, ଯେଉଁଥିରେ ଉତ୍ତର ପ୍ରଦେଶର ୨ଟି କାର୍ଯାଳୟ ଓ କର୍ଣ୍ଣାଟକରେ ୪ ଅଫସି ସାମିଲ ରହିଛି। ହ୍ୱାଟସ୍‌ଆପରେ ୩ ଭିନ୍ନ ଭିନ୍ନ ଭାଷାରେ ଧମକ ଦିଆଯାଇଛି। ଏଥିରେ ହିନ୍ଦୀ, ଇଂରାଜୀ ଓ କନ୍ନଡ ଭାଷା ବ୍ୟବହାର କରାଯାଇଛି।

ଭାଇରାଲ ହୋଇଥିବା ଚାର୍ଟ ଅନୁସାରେ ଅଲ ଅନସାରୀ ଇମାମ ରଜୀ ଉନ ମେହନ୍ଦୀ ନାମକ ଏକ ହ୍ୱାଟସଆପ ଗ୍ରୁପ ସଂଚାଳିତ କରିଛି। ଏଥିରେ ୩ଟି ଭିନ୍ନ ଭାଷାରେ ଲେଖାଯାଇଛି। ଇଂରାଜୀ ଭାଷାରେ ଲେଖାଯାଇଛି ଯେ, V49 R+J8G Nawabganj Uttarpradesh 271304: Ypur six party office is bombed at 8pm stop the explosion if u can.