ଫୋକସରେ ପଶ୍ଚିମ ଓଡିଶା, ଲୋକାର୍ପଣ ହେବ ବିଜୁ ଏକ୍ସପ୍ରେସ ୱେ

ଭବାନୀପାଟଣା,ଏଜେନ୍ସି: ରବିବାର ପଶ୍ଚିମ ଓଡ଼ିଶା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ଜିଲ୍ଲା ଗସ୍ତ କରିବା ସମୟରେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ନୂଆପଡାରେ ବିଜୁ ଏକ୍ସପ୍ରେସ ଓ୍ବେକୁ ଉଦଘାଟନ କରିବେ । ଏଥିପାଇଁ ବିଜେଡି ଶିବିର ଚଳଚଞ୍ଚଳ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ଏଥର ଫୋକସରେ ପଶ୍ଚିମଓଡ଼ିଶା । ୨୦୨୩ ପ୍ରଥମ ଦୁଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ଏହା ପଞ୍ଚମଥର ପଶ୍ଚିମ ଓଡିଶା ଗସ୍ତ ହେବ । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାର ଗସ୍ତ କରି ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ କରିବେ । ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ଅନ୍ୟତମ ବାହକ ହେବ ବୋଲି କୁହାଯାଉଛି । ରାଉରକେଲାରୁ ଆମପାଣିକୁ ସଂଯୋଗ କରୁଥିବା ୫୪୬ କିମି ବିଶିଷ୍ଟ ୪ ଲେନ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କରାଯାଇଛି । ସୁନ୍ଦରଗଡ ଜିଲ୍ଲାର ଶେଷ ମୁଣ୍ଡରେ ଥିବା ବୀରମିତ୍ରପୁର ଠାରୁ କଳାହାଣ୍ଡି ଜିଲ୍ଲାର ଆମପାଣିକୁ ଏହି ଏକ୍ସପ୍ରେସ ଓ୍ବେ ସଂଯୋଗ କରୁଛି । ପ୍ରାୟ ୬୦୦ କୋଟି ଟଙ୍କା ବିନିମୟରେ ରାଜ୍ୟ ସରକାର ୪ ଲେନ ବିଶିଷ୍ଟ ଏହି ଏକ୍ସପ୍ରେସ ଓ୍ବେ ନିର୍ମାଣ କରିଛନ୍ତି ।