Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମହିଳା ପ୍ରିମିୟର ଲିଗ: ମୁମ୍ବାଇର ବିଜୟରୁ ଅଭିଯାନ ଆରମ୍ଭ, ୧୪୩ ରନରେ ହାରିଲା ଗୁଜୁରାଟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମହିଳା ପ୍ରିମିୟର ଲିଗ: ମୁମ୍ବାଇର ବିଜୟରୁ ଅଭିଯାନ ଆରମ୍ଭ, ୧୪୩ ରନରେ ହାରିଲା ଗୁଜୁରାଟ

ମୁମ୍ବାଇ,ଏଜେନ୍ସି: ମହିଳା ଆଇପିଏଲ ପ୍ରଥମ ସଂସ୍କରଣ ମୁମ୍ବାଇରେ ଆରମ୍ଭ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ପରସ୍ପରକୁ ଭେଟିଥିଲେ । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ମୁମ୍ବାଇ । ଅଧିନାୟିକା ହର୍ମନପ୍ରୀତ କୌରଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟ ଜାଏଣ୍ଟ୍ସ ବିପକ୍ଷରେ ୧୪୩ ରନର ଏକ ବିଶାଳ ବିଜୟ ହାସଲ କରିଛି । ୬୫ ରନର ଦମଦାର ପାଳି ଖେଳି ହର୍ମନପ୍ରୀତ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ମୁମ୍ବାଇର ଡିୱାଅ ପାଟିଲ ଷ୍ଟାଡିୟମରେ ଗୁଜୁରାଟ ଜାଏଣ୍ଟ୍ସ ଅଧିନାୟିକା ବେଥ ମୁନୀ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ।

ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ଗୁଜୁରାଟ । ଓପନର ୟାସ୍ତିକା ଭାଟିଆ ୧ ରନ କରି ଆଉଟ ହୋଇଥିଲେ । ଅନ୍ୟ ଓପନର ହେଲି ମାଥ୍ୟୁସଙ୍କ ସହ ନୀତାଲି ସ୍କିଭର୍ସ ଆକ୍ରମଣାତ୍ମକ ବ୍ୟାଟିଂ କରି ସ୍ଥିତି ସମ୍ଭାଳିଥିଲେ । ଦଳୀୟ ସ୍କୋର ୬୯ ବେଳେ ବ୍ୟକ୍ତିଗତ ୨୩ରନ କରି ସ୍କିଭର୍ସ ଆଉଟ ହୋଇଥିଲେ । ପରେ ପରେ ମାଥ୍ୟୁସ ୪୭ ରନ କରି ପାଭିଲିୟନ ଫେରିଥିଲେ ।

ଏହାପରେ ହର୍ମନପ୍ରୀତ କୌର ଆସିବା ପରେ ଦ୍ରୁତ ଗତିରେ ବଢି ଚାଲିଥିଲା ରନ ଗାଡି । ମ୍ୟାଚରେ ଅଧିନାୟିକା ହର୍ମନପ୍ରୀତ କୌର ୩୦ ବଲରେ ୬୫ ରନ କରିଥିଲେ । ସେଥିରେ ୧୪ଟି ଚୌକା ରହିଛି । ଚତୁର୍ଥ ୱିକେଟ ପାର୍ଟନରସିପରୁ ଆମେଲିଆ କେରଙ୍କ ସହ ୪୨ ରନ ବଳରେ ୬୫ ରନ କରିଥିଲେ ହର୍ମନପ୍ରୀତ । ଚତୁର୍ଥ ୱିକେଟରେ ଉଭୟ ୮୯ ରନ ଯୋଗ କରିଥିଲେ । ହର୍ମନପ୍ରୀତ 22 ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ଦଳୀୟ ସ୍କୋର ୧୬୬ରେ ହର୍ମନପ୍ରୀତ ଆଉଟ ହୋଇଥିଲେ । ଆମେଲିଆ ଅପରାଜିତ ରହି ଦଳୀୟ ସ୍କୋରକୁ ୨୦୭ରେ ପହଞ୍ଚାଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ ହରାଇ ୨୦୭ ରନ କରିଥିଲା । ଗୁଜୁରାଟ ପକ୍ଷରୁ ସ୍ନେହ ରଣା ୨ଟି ୱିକେଟ ହାସଲ କରିଥିଲେ ।