ଫୁଟବଲ ଖେଳାଳି କୃଷ୍ଣଚନ୍ଦ୍ରଙ୍କ ପରଲୋକରେ ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ପୂର୍ବତନ ଜାତୀୟ ସ୍ତରୀୟ ଫୁଟବଲ ଖେଳାଳି କୃଷ୍ଣଚନ୍ଦ୍ର ରାଉତ ରାୟଙ୍କ ଗତକାଲି ବିଳମ୍ବିତ ରାତ୍ରିରେ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ସେ ରାଜ୍ୟ ବରିଷ୍ଠ ଫୁଟବଲ ଦଳରୁ ଅନେକ ଥର ପ୍ରତିନିଧିତ୍ୱ କରିଛନ୍ତି। ସେ ପରେ ସବଇନସ୍ପେକ୍ଟର ଭାବେ ଚାକିରି କରି ଇଏସଆଇର ନିର୍ଦ୍ଦେଶକ ହୋଇ ଅବସର ଗ୍ରହଣ କରିଥିଲେ।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି କି କ୍ରୀଡ଼ା ଜଗତରେ ସେ ଛାଡ଼ି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।