ବେଆଇନ ଚାଲାଣ ବେଳେ ଧରାପଡ଼ିଲା ୪ କିଲୋ ସୁନା ଓ ୨୩୫ କିଲୋ ରୂପା

ବ୍ରହ୍ମପୁର,ଏନ୍ଏନ୍ଏସ୍: ବେଆଇନ ଭାବେ ବ୍ୟାପକ ସୁନା ଓ ରୂପା ଚାଲାଣ ହେଉଥିବାବେଳେ ପୁଲିସ ହାତରେ ଧରାପଡ଼ିଛି। ତାମିଲନାଡୁରୁ ବ୍ରହ୍ମପୁର ଅଞ୍ଚଳକୁ ବେଆଇନ ଭାବେ ସୁନା ଓ ରୂପା ଚାଲାଣ ହେଉଥିବା ପୁଲିସ କୌଣସି ସୂତ୍ରରୁ ସୂଚନା ପାଇଥିଲା। ଏନେଇ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଗୋଶାଣିନୁଆଗାଁ ନିକଟରେ ଏକ କାର୍(ଟିଏନ-୯୦ଡି-୮୧୧୬)କୁ ପୁଲିସ ଯାଞ୍ଚ କରିଥିଲା। ଏହି ସମୟରେ ଗାଡ଼ିରୁ ୪ କିଲୋ ସୁନା ଓ ୨୩୫ କିଲୋ ରୂପା ଜବତ କରିଛି। ଏଥିସହିତ ସମ୍ପୃକ୍ତ ଘଟଣାରେ ୩ ଜଣଙ୍କ ପୁଲିସ ଅଟକ ରଖିବା ସହିତ ଗାଡ଼ିକୁ ଜବତ କରିଛି। ତେବେ କାହା ନିକଟକୁ ଏହି ସୂଚନା ଯାଉଥିଲା ସେ ନେଇ ଅଧିକ ତଦନ୍ତ ଜାରି ରଖିଛି।