ପୁଞ୍ଚ୍, କାଠୁଆରେ ଅସ୍ତ୍ରବିରତି ଉଲ୍ଲଂଘନ

ଜମ୍ମୁ,ଏଜେନ୍ସି: ଜମ୍ମୁ-କଶ୍ମୀରର ପୁଞ୍ଚ୍ ଓ କାଠୁଆ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଶନିବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପାକିସ୍ତାନୀ ସୈନ୍ୟଙ୍କ ପକ୍ଷରୁ ଏହି ଦୁଇଟି ସେକ୍ଟରରେ ଥିବା ଭାରତୀୟ ଶିବିରଗୁଡିକ ଉପରେ ତୁହାକୁ ତୁହା ଆକ୍ରମଣ କରାଯାଇଥିଲା। ଭାରତ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା। ତେବେ ପାକ୍ ସୈନ୍ୟଙ୍କ ଆକ୍ରମଣରେ ଧନଜୀବନର କୌଣସି କ୍ଷୟକ୍ଷତି ଘଟି ନଥିବା ଜଣାପଡିଛି।