ମାଲକାନଗିରିରେ ସିଏଏକୁ ବିରୋଧୀ ଭାରତ ବନ୍ଦ ଡାକରାର ପ୍ରଭାବ 

ମାଲକାନଗିରି,ଏନ୍ଏନ୍ଏସ୍: ସିଏଏ ଏନଆରସି ଓଏନପିଆରକୁ ବିରୋଧ କରି ବହୁଜନ କ୍ରାନ୍ତି ମୋର୍ଚ୍ଚା ଆଜି ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ମାଲକାନଗିରି  ଜିଲ୍ଲାରେ ଆଂଶିକ ସଫଳ ହୋଇଛି। ଜିଲ୍ଲା ଆଦିବାସୀ ମହାସଂଘର ସଭାପତି ଘନଶ୍ୟାମ ମାଡକାମୀଏସସିଏସଟି ସଂଘର ସଭାପତି ଘେନୁ ମୁଦୁଲି, ସିପିଆଇ(ଏମ) ସଭାପତି ବ୍ରଜ ମାଝିଙ୍କ ନେତୃତ୍ୱରେ ଶତାଧିକ ଲୋକ ଜିଲ୍ଲା ସଦର ମହକୁମାର ବିଭିନ୍ନ ଛକରେ ରାସ୍ତାରୋକ କରିଛନ୍ତି। ଏହାକୁ ବିରୋଧ କରି ବୁଧବାର ଡିଏନ୍‌ଏ ଟେଷ୍ଟ ଆଧାରରେ ଏନଆରସି ଲାଗୁ କରିବାକୁ ଦାବି କରିଛନ୍ତି।

ବନ୍ଦ ଡାକରାରେ ଜିଲ୍ଲା ସଦର ମହକୁମାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ବନ୍ଦ ରହିଛି। ତେବେ ମଧ୍ୟାହ୍ନ ୨ଟା ପରେ ଦୋକାନ ବଜାର ଖୋଲାଯାଇଥିବା ପରିଲକ୍ଷିତ ହୋଇଛି। ତେବେ ଜିଲ୍ଲାର କୋରୁକୋଣ୍ଡା, ବାଲିମେଳା, କାଲିମେଳା, ମାଥିଲି, ଖଇରପୁଟ, ଚିତ୍ରକୋଣ୍ଡା ଭଳି ସହରରେ ଏହାର ପ୍ରଭାବ ଦେଖାଯାଇନଥିବା ଜଣାପଡ଼ିଛି।