ନୂଆଦିଲ୍ଲୀ,ଏଜେନ୍ସି: ବ୍ୟାଡମିଣ୍ଟନ୍ ତାରକା ସାଇନା ନେହଓ୍ଵାଲ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି। ସାଇନା ନେହଓ୍ଵାଲ ନିଜ କ୍ୟାରିୟରର ଦ୍ବିତୀୟ ପାଳି ଆରମ୍ଭ କରିବା ସହ ସେ କହିଛନ୍ତି ଯେ ତାଙ୍କ ପାଇଁ ଆଜି ଦିନଟି ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି କଠିନ ପରିଶ୍ରମୀ ଲୋକମାନଙ୍କୁ ମୁଁ ସର୍ବଦା ପ୍ରଶଂସା କରେ। ମତେ ଦେଶର ସେବା କରିବା ପାଇଁ ଯୋଗ୍ୟ ମଣିଥିବାରୁ ମୁଁ ବିଜେପି ନିକଟରେ କୃତଜ୍ଞ। ଏଥିସହ ନେହଓ୍ଵାଲଙ୍କ ବଡ଼ ଭଉଣୀ ଚନ୍ଦ୍ରାଂଶୁ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି। ଦଳର ଜାତୀୟ ସଚିବ ଅରୁଣ ସିଂହ ସାଇନାଙ୍କୁ ବିଜେପିରେ ସାମିଲ କରାଇ କହିଛନ୍ତି ଦେଶ ପାଇଁ ପୁରସ୍କାର ଆଣିଥିବା ନେହଓ୍ଵାଲଙ୍କ ପାଇଁ ଭାରତ ଗର୍ବିତ।
