କ.ନୂଆଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା କ.ନୂଆଗାଁର ସଭାଗୃହରେ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଚୟନ କରାଯାଇଛି । ଏହି ଅବସରରେ ପ୍ରଥମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଫୁଲବାଣୀର ସିନିୟର ସିଟିଜନ ମଞ୍ଚର ସଭାପତି ପଦ୍ମ ଚରଣ ସାହୁ ଓ ଆୟୋଜକ ସମ୍ପାଦକ ପ୍ରଶ୍ନ କୁମାର ସାହାଣୀଙ୍କ ତତ୍ତ୍ୱାବଧାନରେ କ.ନୂଆଗାଁ ବ୍ଲକ ବରିଷ୍ଠ ନାଗରିକ ସଂଘର ସଭାପତି ଭାବେ ଶ୍ୟାମ ସୁନ୍ଦର ସାହୁ, ଉପସଭାପତି ପୀତବାସ ଚୌଧୁରୀ, ସମ୍ପାଦକ ପୁରୁନ୍ଦର ପ୍ରଧାନ, ସଂଗଠନ ସମ୍ପାଦକ ବିଜୟ କୁମାର ସାହୁ ଓ ସହସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର ଚୟନ କରାଯାଇଛି । ସେହିପରି ଉପଦେଷ୍ଟା ପଦ୍ମ ଚରଣ ସାହୁ, ଉଦୟ ନାଥ ମହାପାତ୍ର, ହୁରିଆ ପ୍ରଧାନ, ଖଲି ମଲ୍ଲିକ, ଗୋପାଳ ଚନ୍ଦ୍ର ପଣ୍ଡା, ଚଞ୍ଚଳା ପ୍ରଧାନ, ପ୍ରମୋଦ କୁମାର ପୃଷ୍ଟି, ଗୋପାଳ ପଣ୍ଡା ଓ ଜହରଲାଲ୍ ବେହେରା କାର୍ଯ୍ୟନିର୍ବାହ ସଦସ୍ୟ ଭାବରେ ଚୟନ କରାଯାଇଛି । ସେହିପରି ସାରଙ୍ଗଗଡ଼, ଫିରିଙ୍ଗିଆ ଓ ଶଙ୍କରାଖୋଲରେ ମଧ୍ୟ ସଂଘ ଗଠନ କରାଯାଇ ନୂତନ ସଭ୍ୟଙ୍କୁ ସାମିଲ କରାଯାଇଛି ।