ମମତାଙ୍କ ସୁରକ୍ଷାରେ ହେଳା, ଜଣେ ଗିରଫ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ହେଳା ହୋଇଥିବା ଖବର ସାମ୍ନାକୁ ଆସିଛି । କୋଲକାତା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଶେଖ ନୂର ଆଲମ । ଉକ୍ତ ବ୍ୟକ୍ତି ଜଣକ ଆବାସରେ ପଶିବାକୁ ଚେଷ୍ଟା କରିଥିଲା । ଅଭିଯୁକ୍ତଠାରୁ ଛୁରୀ ଓ ଅନ୍ୟ ଅସ୍ତ୍ର ଜବତ କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ମମତା ବାନାର୍ଜୀ କୋଲକାତାରେ ସହିଦ ଦିବସ ରାଲି ସମୟରେ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି ।