ଆଗାମୀ ସପ୍ତାହ ବିରୋଧୀଙ୍କ ମଣିପୁର ଗସ୍ତ

ନୂଆଦିଲ୍ଲୀ: ମଣିପୁର ହିଂସା ମଧ୍ୟରେ ୨ ମହିଳାଙ୍କ ସହ ହୋଇଥିବା ବର୍ବରତାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ଅନେକ ପ୍ରଶ୍ନ ସୃଷ୍ଟି କରିଥିବାବେଳେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛି । ଇତିମଧ୍ୟରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ନେତା ଆଗାମୀ ସପ୍ତାହ ଶେଷରେ ମଣିପୁର ଯାଇପାରନ୍ତି । ସୋମବାର ବିରୋଧୀ ଦଳର ବୈଠକ ପରେ ତାରିଖ ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଣିପୁର ଯିବା ନେଇ ପୂର୍ବରୁ ସଙ୍କେତ ଦେଇ ସାରିଛନ୍ତି । ମଣିପୁର ଗସ୍ତ ନେଇ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଥିବା ନେଇ ଜୁଲାଇ ୨୦ରେ ସୂଚନା ଦେଇଥିଲେ । ମମତା ଜୁଲାଇ ୨୧ରେ ମଣିପୁର ଯିବା ନେଇ ଅରବିନ୍ଦ କେଜ୍ରିୱାଲଙ୍କ ସହ ଆଲୋଚନା କରିଥିବା ସମ୍ପର୍କରେ ବିଶେଷ ସୂତ୍ରରୁ ଜଣାପଡ଼ିଛି ।