ମୁମ୍ବାଇ,ଏଜେନ୍ସି: ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ୭୧ ବର୍ଷ ବୟସରେ ପରଲୋକ ଘଟିଛି। ଶ୍ୱାସକ୍ରିୟାରେ କଷ୍ଟ ହେବାରୁ ତାଙ୍କୁ ଜୁନ ୧୭ ତାରିଖରେ ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବଂ ସେଠାରେ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। ତେବେ କରୋନା ରିପୋର୍ଟ ନେଗେଟିଭ ଆସିଥିଲା। ଆଜି ରାତ୍ରି ୧ଟା ୫୨ରେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି। ହାର୍ଟ ସମସ୍ୟା ବ୍ୟତୀତ ତାଙ୍କର ଡାଇବେଟିସ ଓ ଅନ୍ୟାନ୍ୟ ସମସ୍ୟା ଥିଲା। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ମୃତ୍ୟୁ ବେଳେ ସରୋଜଙ୍କ ନିକଟରେ ସ୍ୱାମୀ ବି ସୋହନଲାଲ, ପୁଅ ହମିଦ ଖାନ ଏବଂ ଦୁଇ ଝିଅ ହିନା ଖାନ ଓ ସୁକନ୍ୟା ଖାନ ଥିଲେ। ସରୋଜ ଏଯାବତ୍ ପାଖାପାଖି ୨ହଜାର ଗୀତରେ ନୃତ୍ୟ ନିର୍ଦ୍ଦେଶନା ଦେଇସାରିଛନ୍ତି।