ଅପରାଧୀଙ୍କ ଗୁଳିରେ ୮ ପୁଲିସ କର୍ମଚାରୀ ସହିଦ

କାନପୁର,ଏଜେନ୍ସି: ଅପରାଧୀଙ୍କ ଗୁଳିରେ ପୁଲିସର ୮ କର୍ମଚାରୀ ସହିଦ। କାନପୁରର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ବିକାଶ ଦୁବେକୁ ଧରିବାକୁ ଯାଇଥିବାବେଳେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ ଗତକାଲି ମଧ୍ୟରାତ୍ରିରେ କାନପୁର ଚୌବେପୁର ଥାନା ଅଞ୍ଚଳରେ ବିକାଶ ଓ ତାଙ୍କ ଗ୍ୟାଙ୍ଗ ସଦସ୍ୟ ଲୁଚି ରହିଥିବା ଖବର ମିଳିଥିଲା। ଫଳରେ ଅଞ୍ଚଳକୁ କର୍ଡନ କରିବା ସହ ଅପରାଧୀକୁ ଗିରଫ କରିବା ପାଇଁ ୟୁପି ପୁଲିସର ଏସଟିଏଫ୍ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ବିକାଶ ଓ ଗ୍ୟାଙ୍ଗ ସଦସ୍ୟ ପୁଲିସ ଉପରକୁ ଗୁଳି ଚଳାଇଥିଲେ।

ଫଳରେ କାନପୁର ଡେପୁଟି ଏସପି ଦେବେନ୍ଦ୍ର ମିଶ୍ର, ୩ ଜଣ ସବ୍ ଇନ୍ସପେକ୍ଟର, ୪ ଜଣ କନଷ୍ଟେବଳ ସହିଦ ହୋଇଛନ୍ତି। ଏଥିସହିତ ଅନ୍ୟ ୭ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଅପରାଧୀମାନେ ଘଟଣାସ୍ଥଳରୁ ଖସିପଳାଇଥିବା ଜଣାପଡ଼ିଛି।