ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଏମଭି-୦୮ ଗ୍ରାମ ନିକଟସ୍ଥ ଏକ କେନାଲ କାର୍ଯ୍ୟରେ ନିୟୋଜିତ ୧୧ ଜଣ ଶିଶୁ ଶ୍ରମିକଙ୍କୁ ଆଜି ଉଦ୍ଧାର କରାଯାଇଛି। କେନାଲ କାମରେ ନିୟୋଜିତ କରାଯାଇଥିବା ଖବର ପାଇ ଶିଶୁ ମଙ୍ଗଳ କମିଟି, ଶ୍ରମ ବିଭାଗ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ଏମାନଙ୍କୁ ଉଦ୍ଧାର କରିଥିଲେ। ସେହଭଳି ଗତ ୪ ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ପ୍ରାୟ ୩୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି।