ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ସହିଦ

ଅରୁଣାଚଳ ପ୍ରଦେଶ: ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଅରୁଣାଚଳ ପ୍ରଦେଶର ମଣ୍ଡଲା ପାହାଡ଼ ଅଞ୍ଚଳରେ ଆଜି ସକାଳ ପ୍ରାୟ ୯ଟା ୧୫ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ହେଲିକପ୍ଟରରେ ଯାତ୍ରା କରୁଥିବା ପାଇଲଟ ସହିଦ ହୋଇଥିବା ନେଇ ସୂଚନା ମିଳିଛି । ସେମାନେ ହେଲେ ଲେଫ୍ଟନାଣ୍ଟ କର୍ଣ୍ଣଲ ବିବିବି ରେଡ୍ଡୀ ଓ ମେଜର ଜୟନ୍ତ ଏ ।

ସେନା ଅଧିକାରୀଙ୍କ କହିବାନୁସାରେ, ଆର୍ମି, ବିଏସଏଫ ଓ ଆଇଟିବିପିର ୫ଟି ସର୍ଚ୍ଚ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ମାଣ୍ଡଲାସ୍ଥିତ ବାଙ୍ଗଲାଜାପ ଗ୍ରାମ ନିକଟରେ ମିଳିଛି । ଦୁର୍ଘଟଣା ପଛର କାରଣ ଖୋଜିବାକୁ ଆଦେଶ ଦିଆଯାଇଛି ।