ଚିରାଗଙ୍କୁ ପୁଣି ଝଟକା: ସୁରଜଭାନ ସିଂ ହେଲେ ଏଲପିଜିର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଏଲପିଜିର ଅଧ୍ୟକ୍ଷ ପଦରୁ ଚିରାଗ ପାଶୱାନଙ୍କୁ ହଟାଇ ଦିଆଯାଇଛି। ଚିରାଗଙ୍କ ବଦଳରେ ଦାଦା ସୁରଜଭାଜନ ସିଂଙ୍କୁ ପାର୍ଟିର ନୂଆ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଭାଇ ପ୍ରିନ୍ସଙ୍କ ବିଶ୍ୱାସଘାତ ଚିରାଗଙ୍କୁ ଶକ୍ତ ଆଘାତ ଦେଇଛି। ଦାଦାଙ୍କ କାର୍ଯ୍ୟକଳାପ ଚିରାଗଙ୍କୁ ଚକିତ କରିନଥିବା ବେଳେ ଭାଇ ପ୍ରିନ୍ସର ଏଭଳି ମନୋଭାବ ତାଙ୍କୁ ବ୍ୟଥିତ କରିଛି।

ପାର୍ଟିରେ ଚାଲିଥିବା ଏଭଳି କାର୍ଯ୍ୟକଳାପ ମଧ୍ୟରେ ଚିରାଗ ଟ୍ୱିଟ୍ କରି ନିଜ ଦୁଃଖ ପ୍ରକାଶ କରିଛନ୍ତି। ଚିରାଗ କହିଛନ୍ତି ଯେ, ‘ବାପା ଗଠନ କରିଥିବା ପାର୍ଟି ଓ ନିଜ ପରିବାରକୁ ଏକାଠି ରଖିବା ପାଇଁ ମୁଁ ଯଥାସମ୍ଭବ ପ୍ରୟାସ କଲି କିନ୍ତୁ ବିଫଳ ରହିଲି। ପାର୍ଟି ମା’ ସହ ସମାନ ସେଥିପାଇଁ ପାର୍ଟି ସହ ଧୋକା କରିବା ଉଚିତ ନୁହେଁ। ଲୋକତନ୍ତ୍ରରେ ଜନତା ସର୍ବୋପରି। ପାର୍ଟି ଉପରେ ଭରସା ରଖିଥିବା ଲୋକଙ୍କୁ ମୁଁ ଧନ୍ୟବାଦ ଦେଉଛି।’