ଖୁବଶୀଘ୍ର ଦେଶକୁ ମିଳିବ ଆଉ ଏକ ଭ୍ୟାକ୍ସିନ ‘ନୋଭାଭାକ୍ସ’

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ଭ୍ୟାକ୍ସିନ। ‘ନୋଭାଭାକ୍ସ’ ନାମକ ଏହି ଭ୍ୟାକ୍ସିନର ଉତ୍ପାଦନ ଖୁବଶୀଘ୍ର ଆରମ୍ଭ ହେବ। ଏନେଇ ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ. ପଲ୍ ସୂଚନା ଦେଇଛନ୍ତି।

ଡାକ୍ତର ପଲ୍ କହିଛନ୍ତି ଯେ, ନୋଭାଭାକ୍ସ ସମ୍ପର୍କରେ ଗତକାଲି ଭଲ ଖବର ଆସିଛି। କ୍ଲିନିକାଲ ଟ୍ରାଏଲ ଆଡଭାନ୍ସ ଷ୍ଟେଜରେ ଥିବାରୁ ଖୁବଶୀଘ୍ର ଉତ୍ପାଦନ ଆରମ୍ଭ ହେବ। ନୀତିଗତ ନିଷ୍ପତ୍ତି ପରେ ନୋଭାଭାକ୍ସର ଉତ୍ପାଦନ ଆରମ୍ଭ ହୋଇଯିବ। ନୋଭାଭାକ୍ସର ଉତ୍ପାଦନ ସିରମ ଇନଷ୍ଟିଚ୍ୟୁଟ କରିବ। ଦେଶରେ ହିଁ ଉତ୍ପାଦନ ହେଉଥିବାରୁ ଏହା ଆମ ପାଇଁ ଭଲ ଖବର। ପରୀକ୍ଷଣରୁ ଜଣାପଡ଼ିଛି କି ନୋଭାଭାକ୍ସ ସୁରକ୍ଷିତ ଓ ୯୦ ପ୍ରତିଶତ ଫଳପ୍ରଦ।