ନଦୀ ପୋଲ ତଲେ ପଡିଛି ନବଜାତ ଶିଶୁର ମୃତ ଦେହ

ଦେଓଗାଁ,ଏନ୍ଏନ୍ଏସ୍: ପୁଣି ଥରେ ଚର୍ଚ୍ଚାରେ ବଲାଙ୍ଗିର ଜିଲ୍ଲାର ତୁଷୁରା ସ୍ଥିତ ଧାନ ଘରା ତେଲନଦୀ ବ୍ରିଜ। ଏହି ବ୍ରିଜ ଉପରେ ଅନେକ ସମୟରେ ଘଟୁଛି ଦୁର୍ଘଟଣା। ତେଲନଦୀ ପୋଲ ତଳେ ଏକ ନବଜାତ ଶିଶୁର ମୃତ ଦେହ ବାଲି ଶଯ୍ୟା ଉପରେ ପଡିଥିବା ଦେଖିବାକୁ ମିଳିଛି। ମୃତ ନବଜାତ ଶିଶୁ କିପରି ନଦୀ ତଳେ ପଡ଼ିଲା ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ନଦୀ ଭିତରେ ପଡିଥିବା ଶିଶୁ ର ଗୋଡରେ ସରକାରୀ ଟ୍ୟାଗ ମଧ୍ୟ ଲାଗିଥିବା ଦେଖିବାକୁ ମିଳିଛି।

ଜନ୍ମ ଦେଇଥିବା ମାଁ’ର ନାମ ମମତା ରଣା, ଆଇ ନମ୍ବର ୩୪୦୭୭, ଜନ୍ମ ହୋଇଥିବା ତାରିଖ ୬/୧୧/୨୧ ପୂର୍ବାହ୍ନ ୧୨.୧୨ ସମୟରେ ହୋଇଛି ଏବଂ ୨ କେ.ଜି ୨୩୦ ଗ୍ରାମ ଥିବା ସହ ନବଜାତ ଶିଶୁ ପୁତ୍ର ବଲାଙ୍ଗୀର ଭିମ ଭୋଇ ଡାକ୍ତରଖାନାରେ ଜନ୍ମଗ୍ରହଣ କରିଥିବା ଟ୍ୟାଗରୁ ଜଣାପଡ଼ିଛି।