କୋଚି,ଏଜେନ୍ସି: ଦେଶରେ କରୋନା ସଂକ୍ରମଣକୁ ନେଇ ସବୁ ରାଜ୍ୟ ଚିନ୍ତାରେ ରହିଛନ୍ତି। ଏହି ମଧ୍ୟରେ କେରଳରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନାର ସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଆଜି ପୁଣି ଲକଡାଉନ ଅବଧିକୁ ଜୁନ୍ ୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ସୂଚନା ଅନୁସାରେ ରାଜ୍ୟରେ ମଇ ୮ ତାରିଖରୁ ଲକଡାଉନ ଜାରି ରହିଛି।