ଆଜିଠୁ ଆରମ୍ଭ ହେଲା ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ନାମ ଲେଖା କାର୍ଯ୍ୟକ୍ରମ

ମାଲକାନଗିରି,ଏନ୍ଏନ୍ଏସ୍: ଆଜି ଠାରୁ ମାଲକାନଗିରି ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ଶ୍ରେଣୀ ପାଇଁ ଶିଶୁ ମାନଙ୍କ ନାମ ଲେଖା ହେଉଛି। ମାଲକାନଗିରି ଜିଲ୍ଲାର ଏକ୍ସ ବୋର୍ଡ ୟୁପି ସ୍କୁଲ, ତଳସାହି ସ୍କୁଲ ସହ ଅନ୍ୟାନ୍ୟ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଏହି ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସକାଳୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ।

କରୋନା ମହାମାରୀ ମଧ୍ୟରେ ପିଲାମାନଙ୍କ ଶିକ୍ଷାରେ କିଭଳି ରୂପେ ବାଧା ନ ଉପୁଜେ, ସେନେଇ ଶିକ୍ଷା ବିଭାଗ ପକ୍ଷରୁ ଏହି ନାମ ଲେଖା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କୋଭିଡ କଟକଣା ସହ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର କରି ଏହି ନାମ ଲେଖା କାର୍ଯ୍ୟକ୍ରମ ଜାରି ରହିଛି।