ଓଡ଼ିଶା ସରକାରଙ୍କ ‘ମୋ ସ୍କୁଲ’ ଅଭିଯାନରେ ବେଦାନ୍ତର ଆର୍ଥିକ ସହାୟତା

ଝାରସୁଗୁଡା,ଏନ୍ଏନ୍ଏସ୍: ଭାରତର ସର୍ବବୃହତ ଆଲୁମିନିୟମ ଏବଂ ମୂଲ୍ୟଯୁକ୍ତ ଉତ୍ପାଦ ଉତ୍ପାଦନ କରୁଥିବା ବେଦାନ୍ତ, ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ସ୍କୁଲ’ ଅଭିଯାନ ଜରିଆରେ ଝାରସୁଗୁଡ଼ା ଜିଲ୍ଲାର ୪ଟି ବିଦ୍ୟାଳୟକୁ ଆର୍ଥିକ ସହାୟତା ପ୍ରଦାନ କରିଛି। କୋଲାବିରାର ପି ଏସ୍ ହାଇସ୍କୁଲ, ପରମାନପୁରର ସିଡ଼ିବି ନୋଡାଲ ହାଇସ୍କୁଲ, ବାଘମରାର ବି ଡ଼ି ହାଇସ୍କୁଲ ଏବଂ ସମ୍ୱାସିଂହାର ଜି ପି ନୋଡାଲ ହାଇସ୍କୁଲର ନବୀକରଣ ପାଇଁ ବେଦାନ୍ତ ୮୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛି। ସ୍ମାର୍ଟ ହାଇସ୍କୁଲ, ଇ-ଲାଇବ୍ରେରୀ, ଆଇସିଟି ଲ୍ୟାବ, ଖେଳ ପଡିଆ, ବଗିଚା ଇତ୍ୟାଦିର ଭିତ୍ତିଭୂମି ନିର୍ମାଣ ପାଇଁ ଉପରୋକ୍ତ ହାଇସ୍କୁଲ ଗୁଡିକୁ ୨୦ ଲକ୍ଷ ଟଙ୍କା ଲେଖାଏଁ ରାଶି ପ୍ରଦାନ କରାଯିବ। ମୋ ସ୍କୁଲ ଅଭିଯାନ ଯୋଜନା ଅନୁଯାୟୀ, ରାଜ୍ୟର ଅନ୍ୟାନ୍ୟ ସିଏସଆର ପାଣ୍ଠିରୁ ଦୁଇ ଗୁଣ ରାଶିର ଯୋଗ ହେବ ଯାହା ବିଦ୍ୟାଳୟରେ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବ।

ଏହି ଅବସରରେ, ବେଦାନ୍ତ ସିଇଓ ସିଏନ ସିଂ କହିଛନ୍ତି ଯେ, “ଭାରତରେ ପିଲାମାନଙ୍କର ବିକାଶ ପାଇଁ ବେଦାନ୍ତ ପ୍ରତଶୃତି ବଦ୍ଧ। ତୃଣମୂଳ ସ୍ତରରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଆମର ହସ୍ତକ୍ଷେପ ସହିତ, ଆମେ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ଉନ୍ନତି କରିବାକୁ ଚେଷ୍ଟା କରୁଛୁ। ଆମର ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ମାଧ୍ୟମରେ, ଆମେ ସଫଳ ପିଲାମାନଙ୍କୁ ସଫଳ ନାଗରିକ ହେବାପାଇଁ ଏକ ଅନ୍ତର୍ଭୁକ୍ତ, ସୁସ୍ଥ ଏବଂ ସୃଜନଶୀଳ ପରିବେଶ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖିଛୁ। ରାଜ୍ୟ ତଥା ଏହାର ଲୋକଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଆମେ ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନକୁ ଆମର ସମ୍ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବୁ ବୋଲି ଶ୍ରୀ ସିଂ କହିଛନ୍ତି। ସେହିପରି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ବେଦାନ୍ତର ସମର୍ଥନକୁ ପ୍ରଶଂସା କରି କହିଛନ୍ତି, ମୋ ସ୍କୁଲ ଅଭିଯାନରେ ବେଦାନ୍ତର ଅବଦାନକୁ ମୁଁ ସ୍ୱାଗତ କରୁଛି।

ପ୍ରକାଶଯୋଗ୍ୟ ଯେ, ବେଦାନ୍ତ ଶିକ୍ଷା କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ୫ ହଜାର ଛାତ୍ରଛାତ୍ରୀଙ୍କୁ ପୋଷଣ ଏବଂ ସମର୍ଥନ କରିଛି। ବେଦାନ୍ତ ପକ୍ଷରୁ ବିଦ୍ୟାର୍ଥୀ ବିକାଶ ଯୋଜନା, ଗ୍ରାମାଞ୍ଚଳର ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶିକ୍ଷାମାନକୁ ମଜଭୁତ କରିବା ପାଇଁ ପ୍ରତିକାର ଭାବେ କୋଚିଂ କ୍ଲାସ, ପ୍ରୋଜେକ୍ଟ, ପ୍ରଭାବିତ ପରିବାର ଗୁଡିକ ପାଇଁ ଡିଏଭି ସ୍କଲାରସିପ୍ସ କାର୍ଯ୍ୟକ୍ରମ ମାଧ୍ୟମରେ ଇଂରାଜୀ ଶିକ୍ଷା ବ୍ୟବସ୍ଥା, ଯୋଗ୍ୟ ପିଲାମାନଙ୍କୁ ଆର୍ଥିକ ସହାୟତା ଏବଂ ବୃତ୍ତି ସହାୟତା, ଝାରସୁଗୁଡ଼ା ସହରର ସହଭାଗୀ ଜିଲ୍ଲା ପ୍ରଶାସନର ପାଞ୍ଚଟି ସରକାରୀ ବିଦ୍ୟାଳୟରେ ବେଦାନ୍ତର ମିନିସାଇନ୍ସ ସେଣ୍ଟର କାର୍ଯ୍ୟକ୍ଷମ ପରି ଅନେକ କାର୍ଯ୍ୟକ୍ରମ ଶିକ୍ଷାର ବିକାଶ ପାଇଁ ବେଦାନ୍ତ ପକ୍ଷରୁ ଆରମ୍ଭ କରାଯାଇଛି।