ବିଜୁ ଜନତା ଦଳର ଯୁବ ଏବଂ ଛାତ୍ର ନେତୃତ୍ୱ ସମ୍ମିଳନୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡାରେ ଆଜି ବିଜୁ ଜନତା ଦଳର ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ବ୍ରଜାରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ, ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ରଞ୍ଜନ ତ୍ରୀପାଠି, ପ୍ରଣବ ବଳବନ୍ତରାୟ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଭାବି ନେତୃତ୍ୱରେ ବିିକଶିତ ଓଡିଶା ସମ୍ଭବ ବୋଲି କହିଛନ୍ତି। ନବୀନଙ୍କ ମାର୍ଗଦର୍ଶନରେ ରାଜ୍ୟର ବିକାଶରେ ଆଜିର ଯୁବ ଓ ଛାତ୍ରମାନେ କିପରି ଭାଗିଦାରୀ ହୋଇପାରିବେ ସେ ବିଷୟରେ ଅବଗତ କରାଇଥିଲେ।
ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତେତୃତ୍ୱରେ ଓଡିଶା ଏକ ବିକଶିତ ରାଜ୍ୟରେ ପରିଣତ ହେଉଛି। ସେହିପରି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି କହିଛନ୍ତି ଯୁବ ଓ ଛାତ୍ର ଶକ୍ତି ଏକଜୁଟ ହେଲେ କଠିନରୁ କଠିନ କାମକୁ ସମ୍ଭବ କରିହୁଏ। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଏହି ଯୁବ ଶକ୍ତି ଅଧିକରୁ ଅଧିକ ଶକ୍ତ ଓ ଶୃଙ୍ଖଳିତ ହୋଇ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରନ୍ତୁ ବୋସି କହିଥିଲେ। ସେହିପରି ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ କହିଛନ୍ତି ରାଜ୍ୟର ପ୍ରତ୍ୟେକ ଯୁବ ତଥା ଛାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବା ଗୌରବର ବିଷୟ ଅଟେ। ଆଜିର ସମ୍ମିଳନୀରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ବୈକୁଣ୍ଠ ନାୟକ, ରାଜ୍ୟ ଛାତ୍ର ସଙ୍ଗଠନର ମିଲନ ହୋତା, ଅବିନାଶ ପଟେଲ, ତାରିଣୀ ପ୍ରସାଦ ନାୟକ, ପିଣ୍ଟୁ ପାଢୀ, ନରେଶ ଖାମାରୀ, ପ୍ରବୀଣ ସାହୁ, ସୌମ୍ୟ ରଞ୍ଜନ ବେହେରା, ସିପ୍ରିୟା ମହାପାତ୍ର, ଧର୍ମୁ ବେହେରା, ଆସିଫ ଖାନ ପ୍ରମୁଖଙ୍କସହ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ।