ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଚାଇଲଡ ଲାଇନ ଓ ପୁଲିସ ଆଜି ରିଆମାଳ ସ୍ଥିତ ସୁବର୍ଣ୍ଣପାଲି ଗ୍ରାମରୁ ମା’ ଓ ପୁଅକୁ ଉଦ୍ଧାର କରିବା ବେଳେ ଜଣେ ଯୁବକକୁ ଅଟକ ରଖି ପଚରା ଉଚରା କରୁଛି।ଉଦ୍ଧାର ହୋଇଥିବା ମା ହେଲା ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତୁରୁଙ୍ଗାଗଡର ରାମ ନାୟକଙ୍କ ସ୍ତ୍ରୀ ସୂର୍ଯ୍ୟ କୁମୁରା (୨୭) ଓ ପୁଅ ସୌମ୍ୟରଞ୍ଜନ କୁମୁରା (୬)। ଅଟକ ଥିବା ଯୁୁୁୁବକ ହେଲା ରିଆମାଳ ଗ୍ରାମର ଦାଶରଥୀ ବିଶ୍ବାଳଙ୍କ ମଝିଆ ପୁଅ ଆକାଶ ବିଶ୍ବାଳ ଓରଫ୍ ବୁଥୁଲୁ(୨୫)।
ସୂର୍ଯ୍ୟକୁ ବିବାହ କରିବି କହି ୪ ମାସ ହେଲା ତାକୁ ଓ ତାର ପୁଅକୁ ନେଇକି ପଳେଇ ଆସିଥିଲା। ଆକାଶ ଓ ସୂର୍ଯ୍ୟ ଘର ସଂସାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଦୁହିଁଙ୍କ ମଝିରେ ପୁଅ ସୌମ୍ୟରଞ୍ଜନ ଅସୁବିଧା କରୁଥିବାରୁ ତାକୁ ମାରି ଦେବାକୁ ଚକ୍ରାନ୍ତ କରୁଥିଲେ। ଏ ବିଷୟରେ କେହି ଚାଇଲଡ ଲାଇନର ୧୦୯୮କୁ ଫୋନ କରି କହିଥିଲେ। ଫୋନ ପାଇ ରିଆମାଳ ଚାଇଲଡ ଲାଇନର ଟିମ ଲିଡର ପ୍ରଶାନ୍ତ କୁମାର ନାୟକ ଓ ରିଆମାଳ ଥାନା ମିଳିତ ଭାବେ ପହଞ୍ଚି ସୁବର୍ଣ୍ଣପାଲି ଗ୍ରାମରେ ଠାବ କରିଥିଲେ। ସେମାନଙ୍କୁ ପଚରା ଉଚରା ପରେ ସୂର୍ଯ୍ୟ ଓ ତାର ପୁଅକୁ ଦେବଗଡ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନା କରି ସୁନ୍ଦରଗଡ ସ୍ଥିତ ତାଙ୍କ ନିଜସ୍ବ ଘରକୁ ନେଇ ଦିଆଯାଇଛି। ଆକାଶକୁ ରିଆମାଳ ଥାନା ପୁଲିସ ଅଟକ ରଖି ପଚରା କରୁଛି।
ପ୍ରକାଶ ଥାଉକି ଆକାଶ ସୁନ୍ଦରଗଡ ଅଞ୍ଚଳରେ କାମ କରିବାକୁ ଯାଇଥିଲା। ସେଠାରେ ସୂର୍ଯ୍ୟ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସୂର୍ଯ୍ୟର ଦୁଇଟି ଝିଅ ଓ ଗୋଟିଏ ପୁଅ ରହିଛି। ବିବାହ କରିବାକୁ ସ୍ଥିର କରି ରିଆମାଳ ମା’ ଓ ପୁଅ କୁ ନେଇ ଆସିଥିଲା। ଘରେ ଭର୍ତ୍ତି ନ କରିବାରୁ ବାରଦ୍ବାର ହେବା ସହ ସ୍କୁଲ ବାରଣ୍ଡା, ଖଳା ଆଦି ସ୍ଥାନରେ ଆଶ୍ରୟ ନେଉଥିଲେ। ଏଥିସହ ତାର ପୁଅକୁ ବହୁ ଯନ୍ତ୍ରଣା ଦେଉଥିଲା।ସ୍ଥାନୀୟ ଲୋକ ଏହା ଦେଖି ଚାଇଲଡ ଲାଇନକୁ ଫୋନ କରିଥିଲେ। ଯ ଦ୍ବାରା ଗୋଟିଏ ନିଷ୍ପାପ ଛୋଟ ଛୁଆର ଜୀବନ ବଞ୍ଚିଯାଇଥିଲା।