ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖୀରେଇଟାଙ୍ଗିରୀ ଗ୍ରାମର ଉଦଗର ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ଜଣେ ୬ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶିଶୁ ହେଲେ ଗ୍ରାମର ଚନ୍ଦ୍ରମଣି ନାଏକଙ୍କ ଝିଅ ଲତିକା ରାଣୀ। ସୂଚନା ଅନୁସାରେ, ଶିଶୁକନ୍ୟା ନିଜ ଖୁଡି ସହିତ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ବୁଡ଼ି ଯାଇଥିଲା। ପରିବାରଲୋକେ ପୋଖରୀ ଭିତରୁ ଶିଶୁ କନ୍ୟାକୁ ଉଦ୍ଧାର କରି ଚିକିତ୍ସା ପାଇଁ କେନ୍ଦୁଝର ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇଛି। ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।