୨୦୦ ଟଙ୍କା କମିଲା କୋଭାକ୍ସିନର ଦର

ନୂଆଦିଲ୍ଲୀ, ଏଜେନ୍ସି, ଏନ୍ଏନ୍ଏସ୍: କରୋନାକୁ ଆଇ ଆସିଲା ଆଉ ଏକ ଖୁସି ଖବର। ଗତକାଲି କରୋନା ଟିକା କୋଭିସିଲ୍ଡର ଦାମ କମିଥିଲା। ଆଜି କୋଭାକ୍ସିନର ଦର କମିଛି। ସେରମ ଇନଷ୍ଟିଚ୍ୟୁଟ ଦର କମାଇବା ପରେ ଆଜି ଭାରତ ବାଓଟେକ୍ ମଧ୍ୟ ଦର କମାଇଛି । କୋଭାକ୍ସିନର ପ୍ରତି ଡୋଜ ପିଛା ୬୦୦ ଟଙ୍କା ଥିବା ବେଳେ ୨୦୦ ଟଙ୍କା ହ୍ରାସ କରିଛି କମ୍ପାନୀ । ଏଣିକି ପ୍ରତି ରାଜ୍ୟକୁ ୪୦୦ ଟଙ୍କାରେ ମିଳିବ କୋଭାକ୍ସିନ । ଦର ୨୦୦ ଟଙ୍କା ହ୍ରାସ ଘଟିଥିବା ନେଇ ଆଜି ଭାରତ ବାଓଟେକ ଏନେଇ ଘୋଷଣା କରିଛି।