କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ନରସିଂହ

କୋଭିଡ ନିୟମ ମାନି ଚଳିବାକୁ ଲୋକଙ୍କୁ କଲେ ଅନୁରୋଧ

ବଲାଙ୍ଗିର,ଏନ୍ଏନ୍ଏସ୍ : ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ସପ୍ତାହ ସେ କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ସେ ଭୁବନେଶ୍ୱର ଯାଇ ଏକ ଘରୋଇ ଡାକ୍ତରଖାନାରେ ଚିକତ୍ସିତ ହେଉଥିଲେ। ଦିର୍ଘ ଏକ ସପ୍ତାହ ଚିକତ୍ସିତ ହେବାପରେ ସୁସ୍ଥ ହୋଇ ସେ ଭୁବନେଶ୍ୱର ସ୍ଥିତ ବାସ ଭବନକୁ ଫେରିଛନ୍ତି। କୋଭିଡ ଗାଡଲାଇନ ତଥା ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଭୁବନେଶ୍ୱର ସ୍ଥିତ ନିଜ ସରକାରୀ ବାସଭବନରେ ସଙ୍ଗରୋଧରେ ରହିବେ ବୋଲି କହିଛନ୍ତି। ନିଜ ପ୍ରତିକ୍ରିୟାରେ ସେ କରୋନାର ଦ୍ୱିତୀୟ ଲହର ପ୍ରତି ଜନସାଧାରଣ ବହୁତ ସଚେତନ ଓ ସତର୍କ ରୁହନ୍ତୁ। ଅତି ଜରୁରି ନହେଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ। ମାସ୍କ ବ୍ୟବହାର କରନ୍ତୁ, ସାବୁନରେ ବାରମ୍ବାର ହାତ ଧୁଅନ୍ତୁ, ସେନିଟାଇଜର ବ୍ୟବହାର କରନ୍ତୁ। ସରକାର ତଥା ଜିଲ୍ଲା ପ୍ରଶାସନ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଲାଗୁ କରିଥିବା ବିଭିନ୍ନ କଟକଣାକୁ ଠିକ୍ ହିସାବରେ ପାଳନ କରନ୍ତୁ ବୋଲି ଶ୍ରୀ ମିଶ୍ର ନିବେଦନ କରିଛନ୍ତି।