ବନ୍ଦେ ଉତ୍କଳ ଜନନୀ ଗୀତକୁ ବିରୋଧ

ପାଟଣାଗଡ଼,ଏନ୍ଏନ୍ଏସ୍: ବନ୍ଦେ ଉତ୍କଳ ଜନନୀକୁ ରାଷ୍ଟ୍ର ସଂଗୀତ ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ଆଜି ପାଟଣାଗଡ଼ କଚେରୀ ଛକରେ କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶ୍ରମମନ୍ତ୍ରୀ ସୁଶାନ୍ତସିଂଙ୍କ ବିରୋଧରେ ବିଭିନ ସ୍ଲୋଗାନ ଦେଇ କୁଶ ପୁତ୍ତଳିକା ଦାହ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ସେମାନେ କହିଛନ୍ତି ଯେ ବର୍ତ୍ତମାନ କୋଭିଡ-୧୯ ସମୟରେ କୋଶଳ ଅଞ୍ଚଳର ୨ କୋଟି ଜନସାଧାରଣଙ୍କୁ ଅନ୍ଧାରରେ ରଖି ଲକଡାଉନର ସୁଯୋଗ ନେଇ ବନ୍ଦେ ଉତ୍କଳ ଜନନୀ ଗୀତକୁ ପ୍ରାଦେଶିକ ସଙ୍ଗୀତ ମାନ୍ୟତା ଦିଆଯାଇଛି। ଏହା ଅତ୍ୟନ୍ତ ଦୁଃଖର ବିଷୟ ଓ ଏହି ଗୀତକୁ ଆମେ ଦୃଢ଼ ଭାବେ ନିନ୍ଦାକରୁଛୁ ବୋଲି ଆନ୍ଦୋଳନକାରୀ କହିଛନ୍ତି। ଯଦି ଏହାର ପ୍ରତ୍ୟାହାର କରାନଯାଏ ତେବେ ସମଗ୍ର କୋଶଳ ଅଞ୍ଚଳରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି।