ମନମୋହନ ସିଂଙ୍କ ପାଇଁ ‘ଭାରତରତ୍ନ’ ଦାବି କଲେ ଚିଦାମ୍ବରମ୍‌

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମନମୋହନ ସିଂଙ୍କ ୮୮ତମ ଜନ୍ମଦିନ ଅବସରରେ କଂଗ୍ରେସ ସାଂସଦ ପି. ଚିଦାମ୍ବରମ୍ ତାଙ୍କୁ ‘ଭାରତରତ୍ନ’ ଦେବାକୁ ଦାବି କରିଛନ୍ତି। ଜନ୍ମଦିନ ଅବସରରେ ମନମୋହନ ସିଂଙ୍କୁ କଂଗ୍ରେସ ବରିଷ୍ଠ ନେତା ପି. ଚିଦାମ୍ବରମ୍ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇ ଥିଲେ। ଏଥିସହ ସେ ଉଲ୍ଲେଖ କରିଥିଲେ ଯେ, ଦେଶ ପ୍ରତି ମନମୋହନ ସିଂଙ୍କ ଅବଦାନ କାହାକୁ ଅଜଣା ନାହିଁ। ଏହାକୁ ସମସ୍ତେ ସ୍ୱୀକାର ମଧ୍ୟ କରିବେ। ତେଣୁ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ‘ଭାରତରତ୍ନ’ ଉପାଧି ମିଳିବା ଦରକାର। ବର୍ତ୍ତମାନ ସମୟରେ ଯଦି କୌଣସି ଜୀବିତ ବ୍ୟକ୍ତି ଏହି ଉପାଧିର ହକ୍‌ଦାର ବୋଲି କୁହାଯାଏ, ତେବେ ସେ ହେଉଛନ୍ତି ମନମୋହନ ସିଂ ବୋଲି ଚିଦାମ୍ବରମ୍ କହିଛନ୍ତି।