ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଥିଲି ବନାଞ୍ଚଳ ଅନ୍ତର୍ଗତ କର୍ତ୍ତନପାଲ୍ଲୀ ଗ୍ରାମରୁ ଆଜି ଏକ ୭ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଛି। ସୂଚନା ଅନୁସାରେ କର୍ତ୍ତନପାଲ୍ଲୀ ଗ୍ରାମରେ ଏହି ଅଜଗର ସାପଟି ୬ ଟି କୁକୁଡ଼ା ଖାଇଥିବା ଜଣାପଡ଼ିଥିଲା। ଖବର ପାଇ ସାଲିମି ସେକ୍ସନର ମହିଳା ଫରେଷ୍ଟର କ୍ଷୀରଲତା ନାୟକ ବନବିଭାଗ କର୍ମଚାରୀଙ୍କ ସହ ଉକ୍ତ ଗ୍ରାମରେ ପହଞ୍ଚିଥିଲେ। ପରେ ଗ୍ରାମବାସୀଙ୍କ ସହାୟତାରେ ବନବିଭାଗ କର୍ମଚାରୀ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି।