ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ୩ ରଥ

  • ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ରଥ। ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ସିଂହଦ୍ୱାର ସମ୍ମୁଖରେ ଲାଗିଲା। ତିନି ରଥ ପହଞ୍ଚିବା ପରେ ସେବାୟତମାନେ ଗାଇଥିଲେ ଗୀତଗୋବିନ୍ଦ। ଶହ ଶହ ସେବାୟତ ଏକସ୍ୱରରେ ଗାଇଲେ ଗୀତଗୋବିନ୍ଦ।
    ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରୁଛନ୍ତି ମହାପ୍ରଭୁ। ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ବାହୁଡ଼ା ପହଣ୍ଡି। ପ୍ରଥମେ ସୁଦର୍ଶନ, ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଟାହିଆ ହଲାଇ ଝୁଲି ଝୁଲି ନନ୍ଦିଘୋଷ ରଥକୁ ଆସିଥିଲେ ଜଗତ ଠାକୁର ଜଗନ୍ନାଥ। ଅନ୍ୟ ରିତିନୀତି ପରେ ଶ୍ରୀ ନଅରରୁ ଆସି ଶରଧାବାଲିରେ ପହଁଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଆଉ ତା’ପରେ ଆରମ୍ଭ ହୋଇଥିଲା ଛେରାପହଁରା।
    ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚିଲା ପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସେବାୟତମାନେ ସମବେତ ଗୀତ ଗୋବିନ୍ଦ ଗାନରେ ଭିଜୁଥିଲା ବଡ଼ଦାଣ୍ଡ। ଶହଶହ ସେବାୟତ ଏକ ସ୍ୱରରେ ଗୀତଗୋବିନ୍ଦ ଗାନ କରିଥିଲେ।