ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ

  • କରଞ୍ଜିଆ: ଦେଶର ଦ୍ୱିତୀୟ ଜୈବ ମଣ୍ଡଳ ଏବେ ବିପଦରେ। ବର୍ତ୍ତମାନ ଏହି ଅଭୟାରଣ୍ୟ ପଶୁ ଶିକାରୀଙ୍କ ନଜରରେ। ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ଗୁଡ଼ଗୁଡ଼ିଆ ରେଞ୍ଜର ଉତ୍ତରାସ ନିକଟରେ ଥିବା ରିଜର୍ଭ ଜଙ୍ଗଲରେ ବନବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ କୁଟୁରା ମାଂସ ଜବତ ସହିତ ୩ ଜଣ ପଶୁ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ଉତ୍ତରାସ ଗାଁର ବାସିନ୍ଦା ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ନିର୍ବାଚିତ ପ୍ରତିନିଧି ଅଛନ୍ତି।