କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଗିରଫ

ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ନାସିକ ପୁଲିସ ଗିରଫ କରିଛି। ଆଉ ଏବେ ନାରାୟଣଙ୍କୁ ରତ୍ନଗିରି କୋର୍ଟରେ ହାଜର କରାଯିବ। ଏହାପୂର୍ବରୁ ନାରାୟଣଙ୍କ ଜାମିନ ଆବେଦନ ରତ୍ନଗିରି କୋର୍ଟ ଖାରଜ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଏମଏସଏମଇ ମନ୍ତ୍ରୀ ନାରାୟଣ ରାଣେ ରାୟଗଢ଼ ଜିଲ୍ଲାରେ ଏକ ‘ଜନ ଆଶୀର୍ବାଦ ଯାତ୍ରା’କୁ ସମ୍ବୋଧନ କରିଥିଲେ। ଏହି ଅବସରରେ ଉଦ୍ଧବଙ୍କୁ ଟାର୍ଗେଟ କରି ନାରାୟଣ କହିଥିଲେ ଯେ, ଏହା ଖୁବ୍ ଲଜ୍ଜାଜନକ ବିଷୟ କି ଦେଶର ସ୍ୱାଧୀନତାକୁ କେତେ ବର୍ଷ ପୁରିଲାଣି ତାହା ମୁଖ୍ୟମନ୍ତ୍ରୀଙ୍କୁ ଜଣାନାହିଁ। ସେଥିପାଇଁ ସେ ଭାଷଣ ସମୟରେ ପଛକୁ ଚାହିଁ ଏ ବିଷୟରେ ପଚାରିଥିଲେ। ମୁଁ ସେଠାରେ ଥିଲେ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥାନ୍ତି।