ଅଫଲାଇନ ମାଟ୍ରିକ ପରୀକ୍ଷାରେ ପାସହାର ୮୦.୮୩ ପ୍ରତିଶତ

କଟକ,ଏନ୍ଏନ୍ଏସ୍: ଅଫଲାଇନ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୫,୨୩୩ଜଣ ପାସ୍ ଓ ୧୪୧ଜଣ ଫେଲ୍ ହୋଇଛନ୍ତି। ଫଳରେ ମୋଟ ପାସହାର ୮୦.୮୩ ପ୍ରତିଶତ ରହିଛି। ସେଥିମଧ୍ୟରେ ୩୧୦୦ ପୁଅ ଓ ୨୧୩୩ ଝିଅ ରହିଛନ୍ତି। ସେହିପରି ଏ୧-୪୨ଜଣ, ଏ୨-୨୫୫ଜଣ, ବି୧-୩୪୮ଜଣ, ବି୨-୪୫୮ଜଣ, ସି-୫୯୯ଜଣ, ଡି-୮୪୬ଜଣ, ଇ-୨୬୮୫ଜଣ ଓ ଏଫ୍ ଗ୍ରେଡ-୧୪୧ଜଣ ପାଇଛନ୍ତି।

ସୂଚନାଯୋଗ୍ୟ, ଅନଲାଇନ ମାର୍କରେ ଅସନ୍ତୁଷ୍ଟ ହୋଇ ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀଙ୍କ ମଧ୍ୟରେ ୨୭୧ଜଣଙ୍କର ଗ୍ରେଡ ବୃଦ୍ଧି ହୋଇଥିବାବେଳେ ୪୫୯ ଜଣଙ୍କର ହ୍ରାସ ପାଇଛି।