ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ ଘଟଣାରେ ସୁଖବୀର ସିଂ ବାଦଲ ଅଟକ

ପଞ୍ଜାବ,ଏଜେନ୍ସି: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଦ୍ଧୁଙ୍କ ବହିଷ୍କାର ଦାବିରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ଘର ବାହାରେ ଏକ ବିଶାଳ ବିରୋଧ ପ୍ରଦର୍ଶନ କରିବା ଘଟଣାରେ ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ପୁଲିସ ଅଟକ ରଖିଛି।

ଟୋକନ ବିକ୍ରି ତଥା କରୋନା ରୋଗୀଙ୍କ ପାଇଁ ମେଡିକାଲ କିଟ୍ କ୍ରୟ ଅନିୟମିତତା ଘଟଣାରେ ଅକାଳୀ ଦଳ ମୁଖ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯଦି କ୍ୟାପଟେନ ନିଜର ସମସ୍ତ ଶକ୍ତି ବ୍ୟବହାର କଲେ ମଧ୍ୟ ଏହାକୁ ଅଟକାଇ ପାରିବେ ନାହିଁ। ଟିକାକରଣରେ ଏକ ଘୋଟାଲା, ଟେଷ୍ଟ କିଟରେ ଏକ ଘୋଟାଲା, ଏସସି ଛାତ୍ରବୃତ୍ତିରେ ଏକ ଘୋଟାଲା, କୃଷକଙ୍କ ଜମି ଅଧିଗ୍ରହଣ ଆଦି ବିଭିନ୍ନ ପ୍ରକାର ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ସୁଖବୀର ସିଂ ବାଦଲ।