କେନ୍ଦ୍ର କର୍ମଚାରୀଙ୍କ ଡିଏ ୩ ପ୍ରତିଶତ ବଢ଼ିଲା

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ମୋଦୀ କ୍ୟାବିନେଟ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଭେଟିଛନ୍ତି। କ୍ୟାବିନେଟ ବୈଠକରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ାଇବାର ନିଷ୍ପତ୍ତି ନିଆଯାଇଛି। ଫଳରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ରୁ ୩ ପ୍ରତିଶତ ବଢ଼ି ୩୧ ପ୍ରତିଶତ ହୋଇଯିବ। ଏହି ବର୍ଦ୍ଧିତ ଦର ଜୁଲାଇ ପହିଲାରୁ ଲାଗୁ ହେବ ବୋଲି ଜଣାପଡ଼ିଛି।