ଆର୍ୟ୍ୟନଙ୍କ ହାଜତ ମିଆଦ ୩୦କୁ ବଢ଼ିଲା

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଖାନଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବଢ଼ାଯାଇଛି। ମୁମ୍ବାଇର ବିଶେଷ ଏନସିବି ଅଦାଲତ ଏହି ମିଆଦ ବଢ଼ାଇଛନ୍ତି। ଆର୍ୟ୍ୟନଙ୍କ ସମେତ ଆଉ ୮ଜଣଙ୍କ ଜେଲ ମିଆଦ ବଢ଼ିଥିବା ଜଣାପଡ଼ିଛି।