ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଦେଶ- ବିଦେଶ By Nitidin On Jul 13, 2020 Share ନୂଆଦିଲ୍ଲୀ,ଏଜେନ୍ସି: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ତେବେ ଛାତ୍ରଛାତ୍ରୀମାନେ http://cbseresults.nic.in/ରେ ରେଜଲ୍ଟ ଦେଖିପାରିବେ। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ରେଜଲ୍ଟ ଡେରିରେ ପ୍ରକାଶ ପାଇଛି। ଏଥିରେ ସର୍ବଭାରତୀୟ ସ୍ତରରେ ପାସ ହାର ୮୮.୭୮ ପ୍ରତିଶତ ରହିଛି। ସେହିପରି ଭୁବନେଶ୍ୱର ରିଜିଅନରେ ୯୧.୪୬ ପ୍ରତିଶତ ପାସ ହାର ରହିଛି। Share