ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ୨ ଦିନରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୧ ବର୍ଷୀୟ ସିଆରପିଏଫ ଜବାନ ଥିବା ଜଣାପଡ଼ିଛି। ଅନ୍ୟଜଣେ ଖପ୍ରାଖୋଲ ବ୍ଲକରୁ ଜଣେ ୩ ବର୍ଷର ନାବାଳକ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି।
ସେହିପରି ଗତକାଲି ପାଟଣାଗଡ ସହର ଭିତରୁ ଜଣେ ସଂକ୍ରମିତଙ୍କୁ ଚିହ୍ନଟ ହୋଇଥିଲେ। ସେ ୨୩ ବର୍ଷର ଜଣେ ପୁରୁଷ ଗତ ୪ ତାରିଖରେ କିରଗିଜସ୍ତାନରୁ ଫେରି ହୋମ କ୍ୱାରେଣ୍ଟାଇନରେ ଥିଲେ। ଇତି ମଧ୍ୟରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩ରେ ପହଞ୍ଚିଥିବା ବେଳେ ୫୧ କେସ ସକ୍ରିୟ ରହିଛି। ୨୧୨ ଜଣ ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି।