ଦିନ ଦ୍ୱିପ୍ରହରରେ ରିକ୍ସା ଚାଳକର ଗଳା କାଟି ହତ୍ୟା

ଭବାନୀପାଟଣା,ଏନ୍ଏନ୍ଏସ୍: ଭବାନୀପାଟଣାରେ ଦିନ ଦ୍ୱିପ୍ରହରରେ ଜଣେ ରିକ୍ସା ଚାଳକର ଗଳାକାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଆଜି ଦିନ ୧୦ଟା ୩୦ରେ ସହର ସ୍ଥିତ ଅର୍କବାହଲି ପଡ଼ା ଛକରେ ଜଣେ ରିକ୍ସା ଚାଳକକୁ ଜଣେ ଦୁର୍ବୃତ୍ତ ଆସି ଅଚାନକ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ରିକ୍ସା ଚାଳକର ମୃତ୍ୟୁ ଘଟିଛି। ସେହିପରି ଦୁର୍ବୃତ୍ତ ଜଣଙ୍କ ଫେରାର ଥିବା ଜଣାପଡ଼ିଛି। ଖବରପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତନାଘନା ଜାରି ରଖିଛି। ହତ୍ୟାରେ ଶିକାର ବ୍ୟକ୍ତି କିଏ କାହିଁକି ଦୁର୍ବୃତ୍ତ ହତ୍ୟା କଲେ ଜଣା ପଡ଼ିନାହିଁ।