ନୂଆଦିଲ୍ଲୀ: ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସମୟାନୁସାରେ ହେବ। ଏସମ୍ପର୍କରେ ସିବିଏସଇ ସେକ୍ରେଟାରୀ ଅନୁରାଗ ତ୍ରିପାଠୀ ସୂଚନା ଦେଇଛନ୍ତି। ଆଉ ଏହାର କାର୍ଯ୍ୟସୂଚୀ ମଧ୍ୟ ଖୁବଶୀଘ୍ର ଘୋଷଣା କରାଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଗତ କିଛିଦିନ ହେବ ପରୀକ୍ଷାକୁ ନେଇ ଅନେକ କଳ୍ପନା ଜଳ୍ପନା କରାଯାଉଥିଲା। କାରଣ ସିବିଏସଇ ପକ୍ଷରୁ ଏପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଘୋଷଣା କରାଯାଇନଥିଲା। କିନ୍ତୁ ଶ୍ରୀ ତ୍ରିପାଠୀଙ୍କ ଘୋଷଣା ପରେ ସବୁକିଛି ପରିଷ୍କାର ହୋଇଯାଇଛି।